Saturday, 23 May 2020

ଧନ୍ୟବାଦ

ଚେତନାର ଝରକା ସେପାଖୁ ଉଙ୍କିମାରିଲା ବେଳକୁ ୨୬ଟି ବସନ୍ତ ଯେ କେତେବେଳେ ଦେହ ଦୁଆରୁ ବାହୁଡିଗଲେ, ଜାଣି ହେଲାନି।
ମଳୟ ବି ଛୁଇଁବ ଛୁଇଁବ କହି, ଛୁ ମାରି ଚାଲିଗଲା। ଆସିବ କି ନାହିଁ କେଜାଣି ? ହଁମ! ମଳୟ କଣ ମଶାଣି ଚନ୍ଦନକୁ ଛୁଇଁବ!!!
ଏଇ ସଉଦାର ହିସାବ ନିକାସ କରୁକରୁ, ଗୋଟିଏ ଗୋଲକଧନ୍ଦାରେ ଛନ୍ଦି ପଡିଲି। ମୋ ଜୀବନଟା ନିଶ୍ୱାସରେ ଚାଲୁଥିଲା ନା ବିଶ୍ୱାସରେ???
ହଁମ! ବିଶ୍ୱାସ କରି ବି ଠକିବାକୁ ପଡିଛି। ଜୀବନ ସଉଦାର କଥା- ସବୁବେଳେ କଣ ଲାଭରେ ରହିବି !!!
ଆଜିଠୁ ନୂଆ ସଉଦା ଖାତା। ଦେଖିବା; କେଉଁମାନଙ୍କ ପାଖରୁ ମୁଠାଏ ଭଲପାଇବା, ଆଞୁଳାଏ ସ୍ନେହ ଉଧାର ଆଣି ଆଉ କେତେଟା ଦିନ କାଟିଦେବା।
ଏତେ ଭିଡ ଭିତରେ ସବୁ କଣ ମନେ ପଡନ୍ତି ! ଯାହାହେଉ ପଛକେ ଜନ୍ମଦିନରେ ଶୁଭେଚ୍ଛା ଆଉ ଆଶୀର୍ବାଦ ଦେଇଥିବାରୁ, ଆଶାର ଦୀପଶିଖାଟା ଜୋରରେ ଜଳି ଉଠିଲା। ଲାଗିଲା ଯେମିତି ଏତେ ଭିଡ଼ରେ ବି ମୋ ହାତ କିଛି ଜଣଙ୍କ ହାତମୁଠାରେ ଏବେବି ସୁରକ୍ଷିତ।

Monday, 20 April 2020

Google Meet App is not fulfilling Webinar

Today I attended a webinar through "Google Meet" App, organized by

Albertian Centre for Human Resource Development & Research 
St. Albert's College (Autonomous),  Banerji Road, Ernakulam 
Kochi - 682 018, KERALA, INDIA.

Topic was:- Action Research for Teachers.
Problems are:-
1. Sound quality and video quality is very poor.
2. Students are complaining about this in Chat box rather than studying.
3. Prof. Amita Pandey Bharadwaj was presenting. But many times she was not showing PPT.

Sunday, 29 March 2020

ମୋ ବୋଉ Lockdown ରେ

କୋଉ ୨୧ ଦିନର Lockdown କଥା ତୁମେ କହୁଛ ? ସବୁଦିନ ପରି ଆଜି ବି ବୋଉ ବଡି ଭୋର୍ ରୁ ଉଠିଲା, ବାସି ପାଇଟି ସାରିଲା, ପୋଖରୀ ତୁଠରୁ ଫେରି ଚଉରା ମୂଳେ ପାଣିଦେଲା, ସମସ୍ତଙ୍କ ପାଇଁ ଜଳଖିଆ କଲା, ନିଜେ କିନ୍ତୁ କାଲି ରାତିର ବାସିରୋଟିକୁ ଚା' ତାଟିଆରେ ବୁଡେଇ ଖାଇଲା ।।
                 ବାପା TV ରେ ରାମାୟଣ ଦେଖୁଥିଲେ, ଆଉ ମୁଁ Mobile ରେ Web Series | Phone ରେ ସାଙ୍ଗସାଥୀଙ୍କୁ କହୁଥିଲି- ଘରେ ବସି Bore ହେଲିଣି, Lockdown କେବେ ଉଠିବ !!!
            ବୋଉ ସହ କଥା ହେବାପାଇଁ ଆମପାଖେ ସମୟ ନ ଥିଲ । ବାଡ଼ି ପଟୁ ଶାଗ, ବାଇଗଣ ଆଣି ପନିକି ଧରି ବସିଲା, ଚୁଲି ଲଗେଇ ଭାତହାଣ୍ଡିଟା ବସେଇଦେଲା, ସେ ଯନ୍ତ୍ରମାନବ ପରି ସବୁ ଚୁପଚାପ୍ କରିଚାଲିଥିଲା ।।
                                  ଭାତ ବାଢିସାରି ବୋଉ ଡାକ ଦେଲା। WhatsApp , Facebook ଚାଟିଙ୍ଗ୍ ବନ୍ଦକଲି। ସବୁ ଖାଇସାରିବା ପରେ ବୋଉ ଖାଇଲା। ବାସନ ଧୋଇ ପାନ ଭାଙ୍ଗିଲା, ଛାତରେ ବଡି ଶୁଖେଇଲା ।।
                                ସୂରୁଜ ବୁଡିଲା। ସେ ସନ୍ଧ୍ୟା ଆଳତି କଲା, ଭାଗବତ ଅଧ୍ୟାୟେ ପଢିଲା, ପୁଣି ରୋଷେଇ ଘରେ ପଶିଗଲା; ଆଉ ଆମେ TV ଆଉ Mobile ଭିତରେ ।।
                           ରାତ୍ରଭୋଜନ ସରିଲା, ବୋଉ ସବୁ ଧୁଆଧୋଇ କରି  ତାଟି-କବାଟ ବନ୍ଦ କଲା। ଫୁଟା ସୋରିଷ ତେଲ ଆଣି ମୋ ପାଦ ମାଲିସ୍ କଲା।
ପଚାରିଲି...
ବୋଉ, ଏଇ ୨୧ଦିନ Lockdown ରେ ତୁ Bore ହେଉନୁ ? ସେ ଫିକ୍ କରି ହସିଦେଲା... କହିଲା- କୋଉ Lockdown !!! ବାହାହେଇ ଏଇ ଘରକୁ ଆସିଲା ପରଠୁ ତ ମୁଁ Lockdown ।।
               Room ରେ Zero light ଜଳୁଥିଲା। ତଥାପି ବୋଉ ଆଖିରେ ଜକେଇ ଆସିଥିବା କେଇବୁନ୍ଦା ଲୁହ ସ୍ପଷ୍ଟ ଦେଖାଯାଉଥିଲା ।।
✍️ –ବିବେକ ନାୟକ, ଶିକ୍ଷକ, ଉଦଳା ଉଚ୍ଚ ବିଦ୍ୟାଳୟ, ମୟୂରଭଞ୍ଜ

ଧନ୍ୟବାଦ

ଚେତନାର ଝରକା ସେପାଖୁ ଉଙ୍କିମାରିଲା ବେଳକୁ ୨୬ଟି ବସନ୍ତ ଯେ କେତେବେଳେ ଦେହ ଦୁଆରୁ ବାହୁଡିଗଲେ, ଜାଣି ହେଲାନି। ମଳୟ ବି ଛୁଇଁବ ଛୁଇଁବ କହି, ଛୁ ମାରି ଚାଲିଗଲା। ଆସିବ ...