Saturday, 23 May 2020

ଧନ୍ୟବାଦ

ଚେତନାର ଝରକା ସେପାଖୁ ଉଙ୍କିମାରିଲା ବେଳକୁ ୨୬ଟି ବସନ୍ତ ଯେ କେତେବେଳେ ଦେହ ଦୁଆରୁ ବାହୁଡିଗଲେ, ଜାଣି ହେଲାନି।
ମଳୟ ବି ଛୁଇଁବ ଛୁଇଁବ କହି, ଛୁ ମାରି ଚାଲିଗଲା। ଆସିବ କି ନାହିଁ କେଜାଣି ? ହଁମ! ମଳୟ କଣ ମଶାଣି ଚନ୍ଦନକୁ ଛୁଇଁବ!!!
ଏଇ ସଉଦାର ହିସାବ ନିକାସ କରୁକରୁ, ଗୋଟିଏ ଗୋଲକଧନ୍ଦାରେ ଛନ୍ଦି ପଡିଲି। ମୋ ଜୀବନଟା ନିଶ୍ୱାସରେ ଚାଲୁଥିଲା ନା ବିଶ୍ୱାସରେ???
ହଁମ! ବିଶ୍ୱାସ କରି ବି ଠକିବାକୁ ପଡିଛି। ଜୀବନ ସଉଦାର କଥା- ସବୁବେଳେ କଣ ଲାଭରେ ରହିବି !!!
ଆଜିଠୁ ନୂଆ ସଉଦା ଖାତା। ଦେଖିବା; କେଉଁମାନଙ୍କ ପାଖରୁ ମୁଠାଏ ଭଲପାଇବା, ଆଞୁଳାଏ ସ୍ନେହ ଉଧାର ଆଣି ଆଉ କେତେଟା ଦିନ କାଟିଦେବା।
ଏତେ ଭିଡ ଭିତରେ ସବୁ କଣ ମନେ ପଡନ୍ତି ! ଯାହାହେଉ ପଛକେ ଜନ୍ମଦିନରେ ଶୁଭେଚ୍ଛା ଆଉ ଆଶୀର୍ବାଦ ଦେଇଥିବାରୁ, ଆଶାର ଦୀପଶିଖାଟା ଜୋରରେ ଜଳି ଉଠିଲା। ଲାଗିଲା ଯେମିତି ଏତେ ଭିଡ଼ରେ ବି ମୋ ହାତ କିଛି ଜଣଙ୍କ ହାତମୁଠାରେ ଏବେବି ସୁରକ୍ଷିତ।

No comments:

Post a Comment

ଧନ୍ୟବାଦ

ଚେତନାର ଝରକା ସେପାଖୁ ଉଙ୍କିମାରିଲା ବେଳକୁ ୨୬ଟି ବସନ୍ତ ଯେ କେତେବେଳେ ଦେହ ଦୁଆରୁ ବାହୁଡିଗଲେ, ଜାଣି ହେଲାନି। ମଳୟ ବି ଛୁଇଁବ ଛୁଇଁବ କହି, ଛୁ ମାରି ଚାଲିଗଲା। ଆସିବ ...